Author: TRUPTIMAYEE SAHOO

ଦିନଥିଲା ରାଜ୍ୟ ରାଜନୀତିରେ ସମ୍ପାଦକରୁ ନେତା ହୋଇଥିବା ବ୍ୟକ୍ତିମାନେ ଅତ୍ୟନ୍ତ କ୍ଷମତାଶୀଳ ଥିଲେ। ମନ୍ତ୍ରିମଣ୍ଡଳରେ ଥାଆନ୍ତୁ ବା ନ ଥାଆନ୍ତୁ କ୍ଷମତାକୁ ଚଳାଉ ଥିଲେ। ଏପରିକି ବାଟହୁଡ଼ା ଶାସନ ଓ ପ୍ରଶାସନକୁ ଅଙ୍ଗୁଳି ଦେଖାଇ ସେମାନଙ୍କ ଭୁଲକୁ ଦର୍ଶାଉଥିଲେ। କେବଳ ଭୁଲ ଦର୍ଶାଉଥିଲେ ତାହା ନୁହେଁ, ଏଭଳି ସମ୍ପାଦକମାନଙ୍କର ମତାମତକୁ ରାଜନେତା ଓ ପ୍ରଶାସକମାନେ ଗୁରୁତ୍ୱ ଦେଇ ନିଜ କାମରେ ସଂଶୋଧନ ଆଣିଥିବାର ଅନେକ ନଜିର ରହିଛି। ଏପରି କି ଦିନ ଥିଲା ଖବରକାଗଜରେ ଖବରଟିଏ ପ୍ରକାଶ ପାଇଲେ ତାହାର ସୁଦୂର ପ୍ରସାରୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଥିଲା। ହେଲେ ଆଜି ବଦଳୁଥିବା ରଜାନୀତିକ ପରିସ୍ଥିତିରେ ଏଭଳି ସାମ୍ବାଦିକରୁ ରାଜନେତା ହୋଇଥିବା ନେତାମାନେ ସତ୍ତାହୀନ ହୋଇଯାଇଛନ୍ତି। ପ୍ରଶ୍ନ ଉଠୁଛି ଏମାନଙ୍କ ଲେଖନୀର ମୁନ ଥୁଣ୍ଟା ହୋଇଛି ନା ରାଜନୀତି ଆଉ ଗଣମାଧ୍ୟମକୁ ଲୋଡ଼ୁନାହିଁ? ଏକଥା କାହାକୁ ଅଛୁପା ନାହିଁ ଯେ ଓଡ଼ିଶାର ରାଜନୀତି ଓ ସାମ୍ବାଦିକତା ପରସ୍ପରର ପରିପୂରକ…

Read More