Author: TRUPTIMAYEE SAHOO

ଆଗକୁ ଆସୁଛି ଓଡ଼ିଶା ବିଧାନସଭାର ବହୁ ପ୍ରତୀକ୍ଷିତ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ପୂର୍ବରୁ ରାଜ୍ୟ ରାଜନୀତି ଏବେ ଚରମ ସୀମାରେ। ସାଧାରଣ ଲୋକଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନ— ଏଥର ଗୃହରେ ଓଡ଼ିଶାର ଜ୍ୱଳନ୍ତ ସମସ୍ୟା ଉପରେ ସାର୍ଥକ ତର୍କ ହେବ, ନା ପୂର୍ବଭଳି କେବଳ ଟିଭି କ୍ୟାମେରା ଆଗରେ ହୋହଲ୍ଲା, ୱାକଆଉଟ୍ ଏବଂ ରାଜନୈତିକ ଡ୍ରାମା ଦେଖିବାକୁ ମିଳିବ? ଶାସକ ଦଳ ବିଜେପି ନୂଆ ସରକାର ଗଢ଼ିବା ପରେ ଏହା ହେଉଛି ତାଙ୍କ ପାଇଁ ଏକ ବଡ଼ ପରୀକ୍ଷା। ଅନ୍ୟପଟେ ୨୪ ବର୍ଷ କ୍ଷମତାରେ ରହି ଏବେ ବିରୋଧୀ ଆସନରେ ବସିଥିବା ବିଜୁ ଜନତା ଦଳ ଏବଂ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ବାସ୍ତବତା କ’ଣ? ବିରୋଧୀ ଯେଉଁ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି, ସେଥିରେ ସେମାନେ ନିଜେ କେତେ ସ୍ୱଚ୍ଛ? ଏହି ମୌସୁମୀ ଅଧିବେଶନର ୪ଟି…

Read More