Author: TRUPTIMAYEE SAHOO

ରାଜନୀତିରେ ପଦ-ପଦବୀ ଓ କ୍ଷମତା ପାଇଁ ଯେତେବେଳେ ପ୍ରତିଯୋଗିତା ଚରମ ସୀମାରେ, ସେତିକିବେଳେ ଓଡ଼ିଶା ରାଜନୀତିରୁ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି। ବହୁ ସଂଘର୍ଷ ପରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ହଠାତ୍ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେବା କଥା କହି ସମସ୍ତଙ୍କୁ ଚକିତ କରିଛନ୍ତି। ଯେଉଁ ସମୟରେ ବିଜେପି ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଗଢ଼ିଛି ଏବଂ ବିଭୂତି ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି, ସେହି ସମୟରେ ତାଙ୍କର ଏହି ‘ବୈରାଗ୍ୟ’ ପଛରେ ପ୍ରକୃତ କାରଣ କ’ଣ? ଏହା କେବଳ ବୟସର ପ୍ରଭାବ ନା ଦଳୀୟ ଗୋଷ୍ଠୀ କନ୍ଦଳର ପରିଣାମ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ହେଉଛି— ଏହା କ’ଣ ସତରେ ବୈରାଗ୍ୟ? ନା ଏହା ଦଳୀୟ ରାଜନୀତିରେ ଚାଲୁଥିବା ଏକ ଅଦୃଶ୍ୟ ଶକ୍ତି ସଂଘର୍ଷର ସୂଚନା? ବିଭୂତି ଜେନାଙ୍କ ରାଜନୈତିକ…

Read More