Author: TRUPTIMAYEE SAHOO

ଦେଉଳ ତୋଳିଲେ ନାଁ ପଡ଼େ, ନଚେତ୍ ଖରାପ କାମ କଲେ ମଧ୍ୟ ନାଁ ପଡ଼େ—ଏହି ପୁରୁଣା କଥାଟି ଆଜି ଓଡ଼ିଶାର ଗଞ୍ଜେଇ ଚାଲାଣ ଚିତ୍ରକୁ ସବୁଠୁ ଭଲ ଭାବେ ବ୍ୟକ୍ତ କରୁଛି । ଦୁଃଖର ବିଷୟ ହେଉଛି, ଏହି ନାଁ ଟି ଆଜି ଗର୍ବରେ ନୁହେଁ; ବରଂ ଜାତୀୟ ସ୍ତରରେ ଏକ ନକାରାତ୍ମକ ରେକର୍ଡ଼ ଭାବେ ଓଡ଼ିଶାର ନାଁ ଆଗରେ ଆସୁଛି—ଗଞ୍ଜେଇ ଉତ୍ପାଦନ, ଚାଷ, ଗ୍ରାହକ ସଂଖ୍ୟା ଓ ଜବତରେ ଦେଶରେ ଏକ ନମ୍ବର ସ୍ଥାନ । ଗତ ନିର୍ବାଚନ ସମୟରେ ରାଜ୍ୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ଦଳ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା, ସେଥିରେ “ନିଶାମୁକ୍ତ ଓଡ଼ିଶା” ଏକ ମୁଖ୍ୟ ସ୍ଲୋଗାନ୍‌ ଥିଲା । ନିଶା ବ୍ୟବସାୟ ରୋକିବା, ଗଞ୍ଜେଇ ଚାଷ ନଷ୍ଟ କରିବା, ଯୁବପିଢ଼ିକୁ ନିଶାରୁ ଦୂରେଇ ରଖିବା—ଏହି ସବୁ ଦାବି ଭୋଟ ମଞ୍ଚରେ ଜୋରଦାର ଭାବେ ଉଠିଥିଲା। କିନ୍ତୁ ନିର୍ବାଚନ ଜିତି କ୍ଷମତାକୁ…

Read More