Author: TRUPTIMAYEE SAHOO

ଭାରତୀୟ ସମାଜ ଏବଂ ରାଜନୀତିରେ ଆମେ ଚୋର, ଗୁଣ୍ଡା, ଅପରାଧିମାନଙ୍କୁ ଚଢ଼ିପାର କରାଯାଉଥିବା ଖବର ଅନେକଥର ପଢ଼ିଛୁ, ଦେଖିଛୁ । କିନ୍ତୁ ଯେତେବେଳେ ଗୋଟିଏ ପାଞ୍ଚଥରର ବିଧାୟକ, ପାଞ୍ଚ ବର୍ଷ ମନ୍ତ୍ରୀ, ଏବଂ ନିଜ ଅଞ୍ଚଳରେ ଅପାର ରାଜନୈତିକ ପ୍ରଭାବ ରଖିଥିବା ନେତା ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟର ଗୋଟିଏ ଭଡା ଘରେ ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି, ସେ ଘଟଣା ମାତ୍ର ଗୋଟିଏ ଖବର ହୋଇ ରହିଯାଏ ନାହିଁ। ସେ ହୋଇଯାଏ ଗୋଟିଏ ରାଜନୈତିକ ପ୍ରତୀକ। ଛତିଶଗଡ଼ର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କ ଆଜିର ସ୍ଥିତି ଠିକ୍‌ ସେଇପରି ଗୋଟିଏ ପ୍ରତୀକ— ଯେଉଁଠି ଗତକାଲି ଶକ୍ତି ଥିଲା, ସେଠି ଆଜି ନିର୍ବାସନ; ଯେଉଁଠି ମନ୍ତ୍ରୀତ୍ୱ ଥିଲା, ସେଠି ଆଜି ଭଡା ଘର। କାୱାସି ଲଖମା କୌଣସି ଆକସ୍ମିକ ରାଜନେତା ନୁହଁନ୍ତି । ବସ୍ତର ଅଞ୍ଚଳ—ଯେଉଁଠି ନକ୍ସଲବାଦ, ଆଦିବାସୀ ବଞ୍ଚନା, ରାଜ୍ୟର ଦୀର୍ଘକାଳୀନ…

Read More