Author: TRUPTIMAYEE SAHOO

ସମସ୍ତ ପାକ୍ସ ଜୈବିକ ମିଶନ ସହ ଯୋଡାଯିବା ଉଚିତ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ବୁଧବାର ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟରେ ଜାତୀୟ ସମବାୟ ଜୈବିକ ଲିମିଟେଡର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଶ୍ରୀ ଶାହ କହିଥିଲେ ଯେ ଦେଶର ସମସ୍ତ ପାକ୍ସକୁ ଜୈବିକ ମିଶନ ସହିତ ଯୋଡାଯିବା ଉଚିତ ଏବଂ ଜୈବିକ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବା ଉଚିତ । ଜୈବିକ ଉତ୍ପାଦର ଉତ୍ସ ଚିହ୍ନଟ କରିବା ଏବଂ ଜୈବିକ ଉତ୍ପାଦର ଶୁଦ୍ଧତା ସୁନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏନସିଓଏଲ ଏହାର “ଭାରତ ଅର୍ଗାନିକ୍‍ ” ବ୍ରାଣ୍ଡ ଅଧୀନରେ କୃଷକମାନଙ୍କଠାରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ପ୍ରାମାଣିକ ଜୈବିକ ଉତ୍ପାଦର ଏକ ଦୃଢ଼ ଯୋଗାଣ ଶୃଙ୍ଖଳା ନିର୍ମାଣ ଉପରେ ଧ୍ୟାନ ଦେବା ଉଚିତ୍ ।…

Read More