Author: TRUPTIMAYEE SAHOO

ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତ ସର୍ବବୃହତ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଏବଂ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ଆଡ଼କୁ ଆତ୍ମବିଶ୍ୱାସର ସହ ଅଗ୍ରସର ହେଉଛୁ । ପ୍ରତିଦ୍ୱନ୍ଦ୍ୱୀ ହେବା ଏବଂ ବିଶ୍ୱ ଦରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଭାରତର ସଂକଳ୍ପ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ବିଶ୍ୱ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ମାଧ୍ୟମରେ ସ୍ପଷ୍ଟ ହୋଇଛି । ଲଜିଷ୍ଟିକ୍ ଠାରୁ ଆରମ୍ଭ କରି ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଦେଶ ଯଥେଷ୍ଟ ଅଗ୍ରଗତି କରିଛି। ବିଗତ ୧୦ ବର୍ଷ ମଧ୍ୟରେ ଏହି ସଫଳତା କେବଳ ଉନ୍ନତ ମାନ୍ୟତା ପାଇଁ ନୁହେଁ ବରଂ ବିଶ୍ୱ ବ୍ୟବସ୍ଥାରେ ଭାରତର ଭୂମିକାକୁ ପ୍ରତିପାଦିତ କରିପାରିଛି ।  ୨୦୧୫ରୁ ୨୦୧୮ ମଧ୍ୟରେ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୂଚକାଙ୍କରେ ୪୨ ସ୍ଥାନ ଉପରକୁ…

Read More