Author: TRUPTIMAYEE SAHOO

ପୁଲିସର ମାମଲା ରୁଜୁ ସୁରକ୍ଷା କଡ଼ାକଡ଼ି ସଙ୍ଗମ ନଗରୀ ପ୍ରୟାଗରାଜରେ ୨୦୨୫ ମହାକୁମ୍ଭ ପାଇଁ ଏବେ ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି।  ଆଗାମୀ ମହାକୁମ୍ଭକୁ ୪୦ କୋଟି ଲୋକ ଆସିବାର ଆକଳନ କରାଯାଉଛି। ଏ ସବୁ ମଧ୍ୟରେ ମହାକୁମ୍ଭକୁ ବିସ୍ପୋରଣ ଧମକ ଦିଆଯାଇଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏକ୍ସରେ ନାସର ପଠାନ ନାମକ ଏକ ଆଇଡିରୁ ହିନ୍ଦୁଙ୍କୁ ଧମକ ଦିଆଯାଇଛି। ନାସର ହିନ୍ଦୁମାନଙ୍କୁ ଅପରାଧୀ ବୋଲି କହିଛି। ଆଲ୍ଲା ହେଉଛନ୍ତି ଶ୍ରେଷ୍ଠ। ଏଣୁ ମହାକୁମ୍ଭରେ ବିସ୍ଫୋରଣ କରିବାକୁ ଧମକ ଦେଇଛି।  ମେଳା ପୁଲିସ କୋତୱାଲି ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୫୧ (୨) (ଅପରାଧୀକ ଧମକ) ଏବଂ ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ସୂଚନା ପ୍ରଯୁକ୍ତି (ଆଇଟି) ଆଇନର ଧାରା ୬୭ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି। ଏହି ଘଟଣା ପରେ ମେଳା ପୁଲିସ…

Read More