Author: TRUPTIMAYEE SAHOO

ମୋହନଙ୍କ ପାଇଁ ଚାଲେଞ୍ଜ ଦରଦାମ ବୃଦ୍ଧି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ୨୦୨୪ ମସିହା ଓଡିଶା ରାଜନୀତିରେ ଆଣିଥିଲା ବଡ଼ ପରିବର୍ତ୍ତନ । ୨୪ବର୍ଷର ବିଜେଡି ଶାସନରେ ବ୍ରେକ୍ ଲଗାଇଥିଲା ମସିହା ୨୪। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କ୍ଷମତା ଗାଦି ଅକ୍ତିଆର କରିଥିଲା ବିଜେପି। ନବୀନଙ୍କ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଓ ରେକର୍ଡ କରିବାର ଆଶା ଭାଙ୍ଗି ଚୁରମାର ହୋଇଗଲା। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ପ୍ରଥମ ଥର ଆସିଲା ବିଜେପି। ଲୋକଙ୍କ ସରକାରର ନାରା ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ସରକାର । ଓଡିଆ ଅଧିକାରୀଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ ମାରିବା ହେଉ କି ମାଣ୍ଡିପଙ୍କାରେ ଆମ୍ବ କୋଇଲି ଜାଉ ଖାଇ ୩ଜଣଙ୍କ ମୃତ୍ୟୁ ଘଟଣା। ଦରଦାମ୍ ବୃଦ୍ଧି ହେଉ କି ଭରତପୁର ଥାନାରେ…

Read More