Author: TRUPTIMAYEE SAHOO

୨୦୧୯-୨୦ ଓ ୨୦୨୦-୨୧ ପାଇଁ ପ୍ରଦାନ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍  ପ୍ରଦାନ କରାଯାଇଛି ।  ଆର୍ଥିକ ବର୍ଷ ୨୦୧୯-୨୦ ଓ ୨୦୨୦-୨୧ ନିମନ୍ତେ ଏହି ଲାଭାଂଶ ପ୍ରଦାନ କରାଯାଇଛି  । ଏହି ଅବସରରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ  ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ। ଏହାର ଭଣ୍ଡାରଣ କ୍ଷମତାର (Storage Capacity) ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାରଙ୍କୁ ଅର୍ଥାତ୍ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ  ନିୟମିତ ଭାବରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି।…

Read More