Author: TRUPTIMAYEE SAHOO

ଏହା ପୂର୍ବରୁ ମଧ୍ୟ ଦେଇଥିଲା ଧମକ ମାସକର ନିରବତା ପରେ ପୁଣି ଥରେ ଧମକପୂର୍ଣ୍ଣ ମେଲ୍‌ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ। ଖୁବ୍‌ ଶୀଘ୍ର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଥିବା ବେଳେ ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଛି ପନ୍ନୁ। ଓଡ଼ିଶାର ସାମ୍ବାଦିକମାନଙ୍କ ନିକଟକୁ ଏହି ମେଲ୍‌ ଓ ଭିଡିଓ ମେସେଜ ଆସିଥିବା ଜଣାଯାଇଛି। ଏନେଇ ପୁଲିସ କମିଶନର ଏସ ଦେବଦତ୍ତ ସିଂହଙ୍କ ନିକଟକୁ ସାମ୍ବାଦିକମାନେ ଏହି ମେଲ ଫରଓ୍ୱାର୍ଡ଼ କରିଛନ୍ତି। ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ମଧ୍ୟ ଧମକପୂର୍ଣ୍ଣ ମେଲ୍‌ ପଠାଇଥିଲା। ସେତେବଳେ ମଧ୍ୟ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। ସେହିପରି ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’…

Read More