Author: TRUPTIMAYEE SAHOO

ସିଧାସଳଖ ବିମାନସେବାର ଶୁଭାରମ୍ଭ ବିକଶିତ ଓଡ଼ିଶା ପାଇଁ ନୂଆ ଅଧ୍ୟାୟ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଓ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦେଶର ପ୍ରମୁଖ ସ୍ଥାନଗୁଡ଼ିକୁ ବିମାନ ସେବାର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ଜୟପୁର, କୋଚି, ଲକ୍ଷ୍ନୌ ଓ ପାଟ୍‌ନା ଏବଂ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର ଓ ଲକ୍ଷ୍ନୌକୁ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ନୂଆ ଡେଷ୍ଟିନେସନ୍‌ ପଲିସି (ଏନ୍‌ଡିପି) ୨୦୨୪ ଆଧାରରେ ଏପରି ଉଡ଼ାଣ ରାଜ୍ୟର ବିମାନସେବା ଭିତ୍ତିଭୂମିକୁ ପ୍ରଶସ୍ତ କରିବ ବୋଲି କୁହାଯାଇଛି । ଆଜିର ଉଡ଼ାଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ ପତାକା ଦେଖାଇ ବିମାନସେବାର ଶୁଭାରମ୍ଭ କରି କହିଲେ ଯେ ଏହା ଫଳରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଆମ ରାଜ୍ୟର ଲୋକ, ସଂସ୍କୃତି ଓ ଅର୍ଥନୀତି ମଧ୍ୟ ସଂଯୁକ୍ତ ହେବ । ମୁଖ୍ୟମନ୍ତ୍ରୀ…

Read More