Author: TRUPTIMAYEE SAHOO

୧୧ ହଜାରଙ୍କୁ ତାଲିମ ଲକ୍ଷ୍ୟ ପାଠ୍ୟ ଉପକରଣ ବଣ୍ଟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ)ର ତାଲିମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ଠାରେ ଥିବା ଡିଡିୟୁ-ଜିକେୱାଇର ଦୁଇଟି ତାଲିମ୍‌ କେନ୍ଦ୍ରରେ ଏହି ତାଲିମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ନାଏକ ପ୍ରଥମେ ସାହାନା କ୍ଲଥିଂ କମ୍ପାନୀ ଦକ୍ଷତା ବିକାଶ ତାଲିମ୍‌ କେନ୍ଦ୍ରରେ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେଠାରେ ସିଲାଇ ମେସିନ୍‌ ଅପରେଟର ଟ୍ରେଡ୍‌ରେ ତାଲିମ୍‌ ଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀଙ୍କ ସହିତ ମନ୍ତ୍ରୀ ବାର୍ତ୍ତାଳାପ…

Read More