Author: TRUPTIMAYEE SAHOO

ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ସରକାର ଅଙ୍ଗୀକାରବଦ୍ଧ: କେଭି ଶେଷ ହୋଇଛି ତିନି ଦିନିଆ କୃଷି ଓଡ଼ିଶା-୨୦୨୫। ‘ସୁଗନ୍ଧିତ ଧାନ: ଜୈବିକ ଚାଷ ପଦ୍ଧତି ଓ ବିପଣନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଜୈବିକ କୃଷି କେବଳ ଏକ ସ୍ଥାୟୀ ଖାଦ୍ୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ପୂରଣ କରିପାରିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସକ୍ରିୟ ନିଷ୍ପତ୍ତି ନେଉଛନ୍ତି। ଉପମୁଖ୍ୟମନ୍ତ୍ରୀ ପାର୍ବତୀ ପରିଡ଼ା କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳାମାନେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିବା ସହ ଉତ୍କର୍ଷତା ଅର୍ଜନ କରୁଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ରାଜ୍ୟରେ ସୁଗନ୍ଧିତ ଧାନ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି ଏବଂ କ୍ୱିଣ୍ଟାଲ…

Read More