Author: TRUPTIMAYEE SAHOO

ସିଙ୍ଗାପୁର ଜିଏଫଟିଏନ ସହ ସହଭାଗିତା ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫଟିଏନ) ମିଳିତ ଆନୁକୁଲ୍ୟରେ ସୋମବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ; ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ ଦେବ; ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର; ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମାନସ ପଣ୍ଡା; ଓଡିଶା କମ୍ପ୍ୟୁଟର ଆବେଦନ କେନ୍ଦ୍ରର ସିଇଓ ଡା ପ୍ରଦୀପ କୁମାର ରାଉତ ଏବଂ ଜିଏଫଟିଏନର ବରିଷ୍ଠ ପ୍ରତିନିଧିମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଓଡ଼ିଶା ଏକ ଅପାର ସମ୍ଭାବନା ଥିବା ରାଜ୍ୟ ଏବଂ ଏହାକୁ ଦେଶର ଏକ ପ୍ରମୁଖ ଫିନଟେକ୍ ହବରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ। କମ୍ପାନୀମାନଙ୍କୁ ପ୍ରୋତ୍ସାହିତ କରି ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା…

Read More