Author: TRUPTIMAYEE SAHOO

ଚିଠା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ବ୍ୟକ୍ତିଗତ ଡାଟାର ନିରାପତ୍ତା ସୁନିଶ୍ଚିତ କରି ସେମାନଙ୍କ ଅଧିକାରର ସୁରକ୍ଷା କରିବା। ଡିଜିଟାଲ ବ୍ୟକ୍ତିଗତ ଡାଟାର ସୁରକ୍ଷା ନିମନ୍ତେ ଏକ ଦୃଢ଼ ଫ୍ରେମଓ୍ୱାର୍କ ସୃଷ୍ଟି କରିବା ପାଇଁ ଭାରତର ଅଙ୍ଗୀକାର ଅନୁଯାୟୀ ଏହି ନିୟମଗୁଡିକ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ୨୦୨୩ (ଡିପିଡିପି ଆକ୍ଟ)କୁ କାର୍ଯ୍ୟକାରୀ କରିବାକୁ ସରକାର ଚାହୁଁଛନ୍ତି । ଏହି ସରଳ ଓ ସ୍ପଷ୍ଟ ନିୟମଗୁଡ଼ିକ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଅର୍ଥନୀତିରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଡିପିଡିପି ଆଇନ ଅନୁଯାୟୀ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏହି ନିୟମାବଳୀର ଲକ୍ଷ୍ୟ, ତା’ସହିତ ନିୟନ୍ତ୍ରଣ ଏବଂ ନବସୃଜନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ଯାହା ଦ୍ୱାରା ଭାରତର ବଢୁଥିବା ଉଦ୍ଭାବନ ଇକୋସିଷ୍ଟମର ଲାଭ ସମସ୍ତ ନାଗରିକ ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ମିଳିପାରିବ ।…

Read More