Author: TRUPTIMAYEE SAHOO

ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ହେଉଛି ଆମ ସଂସ୍କୃତି ଓ ଅସ୍ମିତାର ପରିଚୟ; ସୂରଜ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜାରାଣୀ ସଂଗୀତ ମହୋତ୍ସବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ। ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମେତ ଶାସ୍ତ୍ରୀୟ ସଂଗୀତ ମଧ୍ୟ ପରିବେଷଣ କରାଯିବ। ରବୀନ୍ଦ୍ର ମଣ୍ଡପ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଂଗୀତ ମହୋତ୍ସବ ଏବଂ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ କୁମ୍‌କୁମ୍ ମହାନ୍ତି, ଇଲିଆନା ସିତାରିଷ୍ଟ, ଦୁର୍ଗାଚରଣ ରଣବୀର , ଝେଲମ…

Read More