Author: TRUPTIMAYEE SAHOO

ବିଶ୍ୱର ସ୍ୱାସ୍ଥ୍ୟ ଓ କଲ୍ୟାଣ ରାଜଧାନୀ ପାଇଁ ଭାରତରେ ପ୍ରଚୁର ସମ୍ଭାବନା ରହିଛି: ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିଲ୍ଲୀ-ଏନସିଆରକୁ ଭାରତ ସରକାରଙ୍କଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ମିଳିଛି। ଏହାଦ୍ୱାରା ଭାରତର ସହରାଞ୍ଚଳ ଗତିଶୀଳତା ଆହୁରି ବିସ୍ତାରିତ ହୋଇଛି । ବିକଶିତ ଭାରତର ସହରଗୁଡ଼଼ିକରେ ସର୍ବସାଧାରଣ ପରିବହନର ଭବିଷ୍ୟତକୁ ଦର୍ଶାଉଥିବା ନମୋ ଭାରତ ଟ୍ରେନରେ  ଆଜି ସାହିବାବାଦରୁ ନ୍ୟୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରାକୁ ମନେ…

Read More