Author: TRUPTIMAYEE SAHOO

ଯୋଗ ଦେଲେ ୫୦୦ ପର୍ଯ୍ୟଟକ ଗାଇଡ, ସୁପରଭାଇଜର, ସଂଯୋଜକ ଓ  ଅଧିକାରୀ ଓଡ଼ିଶା ଇତିହାସରେ ପ୍ରଥମ କରି ଆସନ୍ତା ୮ତାରିଖରୁ ତିନିଦିନ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତ ଦିବସ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସାରା ରାଜଧାନୀ ନବ ବଧୂ ବେଶରେ ସଜାଇ ହୋଇଗଲାଣି। ସେଥିପାଇଁ ବିଭିନ୍ନ ସ୍ଥାନରେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି। ରାସ୍ତାଘାଟ, କାନ୍ଥବାଡ, ବୃକ୍ଷଲତାରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦି ଶୋଭା ପାଉଛି। ଯାହା ପ୍ରବାସୀ ଭାରତୀୟଙ୍କ ମନକୁ ଆକର୍ଷଣ କରିବା ସହ ଆମ କଳା ସଂସ୍କୃତି ବିଦେଶର କୋଣ ଅନୁକୋଣରେ ପହଞ୍ଚିବ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଏନେଇ ସୋମବାର ଓଡ଼ିଶାର ପର୍ଯ୍ୟଟନ ବିଭାଗ ତରଫରୁ କୃଷି ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟକ ଗାଇଡ, ସୁପରଭାଇଜର ଓ ସଂଯୋଜକ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ…

Read More