What's Hot
Author: TRUPTIMAYEE SAHOO
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ହେବ ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ୮ ତାରିଖରେ ଆନ୍ଧ୍ରପ୍ରଦେଶରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ, ଉଦଘାଟନ, ଶିଳାନ୍ୟାସ କରିବେ। ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ଅଧୀନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ହେବ। ୯ ତାରିଖରେ ଓଡ଼ିଶାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ସମାରୋହର ଶୀର୍ଷକ: ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ ରହିଛି। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତା ୮ରୁ ୯ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସଂପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆସନ୍ତା ୮…
