Author: TRUPTIMAYEE SAHOO

ନୂଆ ଅଡିଟୋରିୟମ ‘ପୁଷ୍ପଗିରି’ ଉଦଘାଟିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁଜିସି (ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଏକାଡେମିକ୍ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ର ଡ୍ରାଫ୍ଟ ଉନ୍ମୋଚନ କରିବା ସହ ୟୁଜିସିର ନୂଆ ଅଡିଟୋରିୟମ ‘ପୁଷ୍ପଗିରି’କୁ ଉଦଘାଟନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ୟୁଜିସିର ଉକ୍ତ ନିୟମାବଳିରେ ପ୍ରାରମ୍ଭିକ ସଂସ୍କାର ଓ ମାର୍ଗଦର୍ଶିକା ଉଚ୍ଚ ଶିକ୍ଷାର ପ୍ରତ୍ୟେକ ଦିଗରେ ନବସୃଜନ, ସମାବେଶୀ, ସରଳୀକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ଗତିଶୀଳତାକୁ ପ୍ରୋତ୍ସାହିତ କରିବ । ଶିକ୍ଷକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ସଶକ୍ତ କରିବ । ଶୈକ୍ଷିକ ମାନକୁ ସୁଦୃଢ଼ କରିବ ଏବଂ ଶିକ୍ଷାଗତ ଉତ୍କର୍ଷତା ହାସଲ ପାଇଁ ପଥ ପ୍ରଶସ୍ତ କରିବ । ମତାମତ, ପରାମର୍ଶ ପାଇଁ ଡ୍ରାଫ୍ଟ ନିୟମାବଳୀ, ୨୦୨୫କୁ ସାର୍ବଜନୀନ କରାଯାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ…

Read More