Author: TRUPTIMAYEE SAHOO

ଭୁବନେଶ୍ୱରରେ ନିୟୋଜିତ ହେବେ ଟୁରିଷ୍ଟ ଅଫିସର ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୭୦୦୦ ହଜାର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଚାରିଆଡେ ଜୋରସୋର ପ୍ରସ୍ତୁତି ଚାଲିଛି। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗିପଡିଛନ୍ତି । ଏଥିରେ ଯୋଗ ଦେବାକୁ ଥିବା ଅତିଥିମାନେ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପର୍ଯ୍ୟଟନ ସ୍ଥାନଗୁଡିକର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ସହ ଅତିଥିଙ୍କ ବ୍ୟବସ୍ଥିତ ଭ୍ରମଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଓଡିଶାକୁ ପ୍ରବାସୀଙ୍କ ଆଗମନ ଆରମ୍ଭ ହୋଇଗଲାଣି ।  ଓଡ଼ିଶାରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେଉଥିବା ବେଳେ  ଫୋକସ୍ରେ ରହିବ ପର୍ଯ୍ୟଟନ । ଏଥିପାଇଁ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ…

Read More