Author: TRUPTIMAYEE SAHOO

ହାଇଦ୍ରାବାଦରୁ ବିଜୟଓ୍ୱାଡା ଯାଉଥିବା ଏକ ଘରୋଇ ଯାତ୍ରୀ ବସରେ ହଠାତ୍ ଭୟଙ୍କର ନିଆଁ ଲାଗିଯାଇ ଯାତ୍ରୀମାନଙ୍କ ମଧ୍ୟରେ ଭୟାବହ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ଘଟଣା ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲା ଅନ୍ତର୍ଗତ କାଞ୍ଚିକଚେରଲା ପୋଲିସ ଷ୍ଟେସନ ଅଞ୍ଚଳର ନନ୍ଦୀଗାମା ନିକଟସ୍ଥ କୀସାରା ଟୋଲ ପ୍ଲାଜା ପାଖରେ ଘଟିଥିଲା। ସମୟରେ ବସରେ ମୋଟ ୩୯ ଜଣ ଯାତ୍ରୀ, ଡ୍ରାଇଭର ଓ ହେଲ୍ପର ଉପସ୍ଥିତ ଥିଲେ। ପ୍ରତ୍ୟକ୍ଷଦର୍ଶୀ ଓ ପୋଲିସ ସୂଚନା ଅନୁସାରେ ବସ ଚଳିତବସ୍ଥାରେ ଥିବା ବେଳେ ହଠାତ୍ ଇଞ୍ଜିନ ଭାଗରୁ ଧୂଆଁ ବାହାରୁଥିବା ଡ୍ରାଇଭର ଦେଖିଥିଲେ।  ସଚେତନତା ଦେଖାଇ ଡ୍ରାଇଭର ବସକୁ ତୁରନ୍ତ ରାସ୍ତା କୂଳରେ ଅଟକାଇ ଦେଇଥିଲେ। ଏହା ପରେ ସେ ଯାତ୍ରୀମାନଙ୍କୁ ତୁରନ୍ତ ବସରୁ ଓହ୍ଲାଇବାକୁ ସୂଚନା ଦେଇଥିଲେ। ଡ୍ରାଇଭର, ହେଲ୍ପର ଏବଂ କିଛି ସଚେତନ ଯାତ୍ରୀଙ୍କ ସହଯୋଗରେ ସମସ୍ତ ୩୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ଦିଆଯାଇଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିବା…

Read More