Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରର ହୃଦୟ ହେଉଛି ସଂସଦ। ଏହି ସଂସଦ କେବଳ ଆଇନ ପାସ୍ କରିବାର ଏକ ମଞ୍ଚ ନୁହେଁ, ବରଂ ଏହା ହେଉଛି ଲୋକଙ୍କ ସ୍ୱର, ପ୍ରଶ୍ନ, ଆପତ୍ତି ଓ ଆଶା–ଆକାଂକ୍ଷାର ସର୍ବୋଚ୍ଚ ପ୍ରତିନିଧି ମଞ୍ଚ। ସେହିପରି ଏହାର ପ୍ରତ୍ୟେକ ପ୍ରକ୍ରିୟା, ପ୍ରତ୍ୟେକ ପରମ୍ପରା ଓ ପ୍ରତ୍ୟେକ ଉଲ୍ଲଂଘନ ଦୂରଗାମୀ ପ୍ରଭାବ ସୃଷ୍ଟି କରେ। ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବା ଏକ ଏପରି ଘଟଣା, ଯାହା ତତ୍କାଳିକ ରାଜନୈତିକ ତର୍କକୁ ଅତିକ୍ରମ କରି ସଂସଦୀୟ ଗଣତନ୍ତ୍ରର ମୂଳ ଆତ୍ମା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣାକୁ କେବଳ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଘଟିଥିବା ଏକ ଆଉ ଏକ ରାଜନୈତିକ ମୁହାଁମୁହିଁ ଭାବେ ଦେଖିବା ଭୁଲ ହେବ। ଏହା ଅସଲରେ ସଂସଦ କିପରି ଚାଲିବା ଉଚିତ, ଦାୟିତ୍ୱ କାହାର, ଏବଂ ଗଣତନ୍ତ୍ରରେ ସଂଯମ ଓ ସମ୍ମାନର ସ୍ଥାନ…

Read More