Author: TRUPTIMAYEE SAHOO

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଘଲଟି ଡ୍ୟାମ ନିକଟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ଷ୍ଟୋର ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରକଳ୍ପ ସହ ସଂପୃକ୍ତ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଷ୍ଟୋର ରୁମ ଭିତରେ ଥିବା ବିଦ୍ୟୁତ ତାରର ସର୍ଟ ସର୍କିଟ୍‌ରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଷ୍ଟୋର ରୁମରେ ପ୍ରକଳ୍ପ କାମ ପାଇଁ ବ୍ୟବହୃତ ବହୁ ପରିମାଣର ପ୍ଲାଷ୍ଟିକ ପାଇପ, ଟ୍ୟାଙ୍କ, ଫିଟିଂ ସାମଗ୍ରୀ ଓ ଅନ୍ୟାନ୍ୟ ଦ୍ରବ୍ୟ ସଞ୍ଚିତ ଥିବାରୁ ନିଆଁ ଅତି ଶୀଘ୍ର ବ୍ୟାପିଯାଇଥିଲା। ଘଟଣା ସମୟରେ ପ୍ରକଳ୍ପ ସ୍ଥଳରେ ଉପସ୍ଥିତ ଥିବା ଶ୍ରମିକମାନେ ନିଆଁ ଦେଖି ତୁରନ୍ତ ଷ୍ଟୋର ରୁମକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁର ତୀବ୍ରତା…

Read More