Author: TRUPTIMAYEE SAHOO

ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଏକ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ନେଦରଲାଣ୍ଡକୁ ୩ ୱିକେଟରେ ହରାଇ ମୂଲ୍ୟବାନ ୨ ପଏଣ୍ଟ ହାସଲ କରିଛି । ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ ଦର୍ଶକମାନଙ୍କୁ ଭରପୂର ରୋମାଞ୍ଚ ଦେଇଥିଲା । ମ୍ୟାଚରେ ନେଦରଲାଣ୍ଡସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସିଦ୍ଧାନ୍ତ ନେଇଥିଲା । ତେବେ ପାକିସ୍ତାନୀ ବୋଲରମାନଙ୍କ ବୋଲିଂ ସାମ୍ନାରେ ନେଦରଲାଣ୍ଡ ଟିମ୍ ବଡ଼ ସ୍କୋର ଗଢ଼ିପାରିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ନେଦରଲାଣ୍ଡ ଦଳ ୧୪୭ ରନ କରି ସମ୍ପୂର୍ଣ୍ଣ ଅଲଆଉଟ୍ ହୋଇଯାଇଥିଲା। ନେଦରଲାଣ୍ଡ ପକ୍ଷରୁ କୌଣସି ବ୍ୟାଟର ବଡ଼ ପାଳି ଖେଳିପାରିନଥିଲେ, କିନ୍ତୁ ଅଧିନାୟକ ସ୍କଟ୍ ଏଡୱାର୍ଡସ୍ ୩୭ ରନ ଓ ବାସ୍ ଡି ଲି ଡେ ୩୦ ରନ କରି ଦଳକୁ କିଛିଟା ସମ୍ଭାଳିଥିଲେ ।…

Read More