Author: TRUPTIMAYEE SAHOO

ଢେଙ୍କାନାଳ ଜିଲ୍ଲାର ପଜରଙ୍ଗ ବ୍ଲକ ଅଞ୍ଚଳରେ ଏବେ ଏକ ପାଗଳ ହନୁମାଙ୍କଡ଼କୁ ନେଇ ଭୟଙ୍କର ଆତଙ୍କ ଦେଖାଦେଇଛି । ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାଟରପଦା, ନୂଆସାହି, କଟାବାହାଳ ଓ ମେଣ୍ଢାପଦା ଭଳି ଗାଁଗୁଡ଼ିକରେ ଗ୍ରାମବାସୀ ଆତଙ୍କରେ ଦିନ କାଟୁଛନ୍ତି । ହଠାତ୍ ଆକ୍ରମଣ, ଲୋକଙ୍କୁ କାମୁଡ଼ିବା ଓ ଲହୁଲୁହାଣ କରିବା ଘଟଣା ଗ୍ରାମବାସୀଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ଗତ କିଛିଦିନ ମଧ୍ୟରେ ଏହି ହନୁମାଙ୍କଡ଼ଟି ୧୫ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଛି। ଗାଁର ପୁରୁଷ, ମହିଳା ଏବଂ କିଛି ଶିଶୁ ମଧ୍ୟ ଏହାର ଆକ୍ରମଣରେ ଆହତ ହୋଇଛନ୍ତି। ମାଙ୍କଡ଼ଟି ହଠାତ୍ ଘର ଭିତରକୁ ପଶି ଲୋକଙ୍କୁ କାମୁଡ଼ିବା ସହ ରାସ୍ତା ଓ ଖେତ ନିକଟରେ ଆକ୍ରମଣ କରୁଥିବା ଅଭିଯୋଗ ଆସିଛି। ପରିସ୍ଥିତି ଗମ୍ଭୀର ହେବା ପରେ ଗ୍ରାମବାସୀ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତତ୍କ୍ଷଣାତ୍ କପିଳାସ ବନାଞ୍ଚଳରୁ ଏକ…

Read More