Author: TRUPTIMAYEE SAHOO

ରାଜଧାନୀ ଦିଲ୍ଲୀରେ ଗୁରୁତର ସୁରକ୍ଷା ସତର୍କତା ସୃଷ୍ଟି କରିଛି ସଂସଦ ଏବଂ ୯ଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ମିଳିଥିବା ଧମକ। ସକାଳ ୮.୩୦ରୁ ୯ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ଏହି ଧମକ ମୂଳକ କଲ୍ ଏବଂ ଇମେଲ୍ ମିଳିଥିବା ସୂଚନା ମିଳିଛି । ଧମକ ପାଇବା ସହିତ ସଂସଦ ପରିସର ଓ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରାଯାଇଥିଲା । ଦିଲ୍ଲୀ ପୋଲିସ ମୁତାବକ ଧମକକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ଖବର ପାଇ ଘଟଣାସ୍ଥଳକୁ ପୋଲିସ, ଅଗ୍ନିଶମ ବିଭାଗ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ (Bomb Disposal Squad) ପହଞ୍ଚି ସନ୍ଧାନ ଓ ଯାଞ୍ଚ ଆରମ୍ଭ କରିଛନ୍ତି। ସଂସଦ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ, ପ୍ରବେଶ ଓ ପ୍ରସ୍ଥାନ ଉପରେ କଡା ନଜର ରଖାଯାଇଛି। ସୂଚନା ଅନୁଯାୟୀ, ଧମକମୂଳକ ଇମେଲ୍‌ରେ ସଂସଦ ଆକ୍ରମଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କବାଦୀ…

Read More