Author: TRUPTIMAYEE SAHOO

 ଲୋକସଭାରେ ଚାଲିଥିବା ବଜେଟ ଅଧିବେଶନ ଏବେ ଭାରୀ ହଟ୍ଟଗୋଳରେ ବିଘ୍ନିତ ହୋଇଛି। ବିରୋଧୀ ଦଳମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ବିପକ୍ଷ ଶିବିରରେ ପ୍ରସ୍ତୁତି ଜୋରଦାର ହୋଇଛି ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି।ଲୋକସଭାରେ ବିରୋଧୀ ଦଳଙ୍କ ଅଭିଯୋଗ ହେଉଛି ଯେ, ସେମାନଙ୍କୁ ଗୃହରେ କହିବାକୁ ଯଥେଷ୍ଟ ସୁଯୋଗ ଦିଆଯାଉନାହିଁ। ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହୋହଲ୍ଲା ଓ ସ୍ଲୋଗାନ୍‌ବାଜି ହେତୁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି। ବିରୋଧୀ ଦଳର ମତ—ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନାକୁ ଅନୁମତି ଦିଆଯାଉନାହିଁ। ନିୟମ ଅନୁସାରେ, ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହା ସହିତ ପ୍ରସ୍ତାବ ଆଣିବା ପୂର୍ବରୁ ୧୪ ଦିନ ପୂର୍ବରୁ ଲିଖିତ ନୋଟିସ ଦେବା ବାଧ୍ୟତାମୂଳକ। ସୋମବାର ବଜେଟ ଅଧିବେଶନର…

Read More