Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ପୁଣି ଏକ ଚର୍ଚ୍ଚିତ ମୋଡ଼। ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ସ୍ପଷ୍ଟ କହିଥିବା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏବେ ନିଜ ମତରୁ ପଛକୁ ହଟିଛନ୍ତି। ଜଟଣୀ ବିଧାନସଭା ମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢ଼ିବା ନେଇ ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ଏହା ସହିତ ଜଟଣୀ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ତେଜ ହୋଇଛି । ସୁର ରାଉତରାୟ କହିଛନ୍ତି “ଲୋକ ଯଦି ଚାହାଁନ୍ତି ମୁଁ ନିଶ୍ଚିତ ଭାବେ ଲଢ଼ିବି” । ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇସାରା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଗତ ନିର୍ବାଚନରେ ସେ ନିଜେ ଲଢ଼ିନଥିବାରୁ ଜଟଣୀରେ କଂଗ୍ରେସ ପରାଜୟ ବରଣ କରିଥିଲା। “ମୁଁ ଛାଡ଼ିଦେଇଥିଲି ବୋଲି ଏଥର କଂଗ୍ରେସ ହାରିଲା,” ବୋଲି ସେ ସିଧାସଳଖ କହିଛନ୍ତି। ଏଥର ସ୍ଥିତି ଭିନ୍ନ ହେବ ବୋଲି ସୁର ରାଉତରାୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଜଟଣୀରେ…

Read More