Author: TRUPTIMAYEE SAHOO

ଦୀର୍ଘଦିନର ଅନିଶ୍ଚିତତା ପରେ ଶେଷରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମହାଲଢ଼େଇ ହେବା ନିଶ୍ଚିତ ହୋଇଛି । ଆଇସିସି ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି। ଏହା ସହିତ ଆଇସିସି ପକ୍ଷରୁ ଅଫିସିଆଲ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଐତିହାସିକ ଆର. ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ପାକିସ୍ତାନ ସରକାର ଭାରତ ବିରୋଧରେ ମ୍ୟାଚ୍ ଖେଳିବା ନେଇ ଅନାଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଏବେ ସରକାରୀ ସ୍ତରରେ ନିଜ ପୂର୍ବ ନିଷ୍ପତ୍ତି ବଦଳାଇ ପାକିସ୍ତାନ କ୍ରିକେଟ ଦଳକୁ ମ୍ୟାଚ୍ ଖେଳିବା ପାଇଁ ଅନୁମତି ଦେଇଛନ୍ତି। ରବିବାର ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ…

Read More