Author: TRUPTIMAYEE SAHOO

ନିର୍ବାଚନ ପୂର୍ବ ସମୟରେ ବାଂଲାଦେଶ ପାଇଁ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ସଫଳତା ମିଳିଛି। ସୋମବାର ଦିନ ଆମେରିକା ଓ ବାଂଲାଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ନୂଆ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଆମେରିକା ବାଂଲାଦେଶ ଉପରେ ଲାଗୁଥିବା ପାରସ୍ପରିକ ଶୁଳ୍କକୁ ୨୦ ପ୍ରତିଶତରୁ କମାଇ ୧୯ ପ୍ରତିଶତ କରିଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ରପ୍ତାନି କ୍ଷେତ୍ର ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବରେ ଦେଖାଯାଉଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ଏକ ଆଧିକାରିକ ବିବୃତ୍ତି ଅନୁଯାୟୀ, ଏହି ଚୁକ୍ତିର ଲକ୍ଷ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା, ଶୁଳ୍କ ହ୍ରାସ କରିବା ଏବଂ ପାରସ୍ପରିକ ନିବେଶକୁ ଉତ୍ସାହିତ କରିବା। ବିଶେଷକରି ଏହି ନିଷ୍ପତ୍ତି ବାଂଲାଦେଶର ବସ୍ତ୍ର ଓ ପୋଷାକ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି, ଯାହା ଦେଶର ମୁଖ୍ୟ ରପ୍ତାନି କ୍ଷେତ୍ର ଭାବରେ ପରିଚିତ। ନୂଆ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ବାଂଲାଦେଶ ଆମେରିକାର…

Read More