Author: TRUPTIMAYEE SAHOO

ବିଶିଷ୍ଟ କୋଟିପତି ଏଲୋନ ମସ୍କ ଦୀର୍ଘ ସମୟ ଧରି ଯୁକ୍ତି ଦେଇଛନ୍ତି ଯେ ,’ପ୍ରଜନନ ହାର ହ୍ରାସ ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ମଧ୍ୟରୁ ଗୋଟିଏ ।’ ସାମ୍ପ୍ରତିକ ବର୍ଷଗୁଡ଼ିକରେ, ତାଙ୍କର ଚେତାବନୀ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ବୃଦ୍ଧ ସମାଜ ଉପରେ କେନ୍ଦ୍ରିତ ହୋଇଛି। ବର୍ତ୍ତମାନ, ସେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତ ଆଡ଼କୁ ଧ୍ୟାନ ଦେଇଛନ୍ତି । ଭାରତର ଜନ୍ମହାର ପ୍ରକୃତରେ ହ୍ରାସ ପାଉଛି କି ? ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଭାରତର ଜନ୍ମହାର ପ୍ରତିସ୍ଥାପନ ହାର ତଳେ ପଡ଼ିଛି। ଭାରତର ସବୁଠାରୁ ଶିକ୍ଷିତ ଲୋକଙ୍କ ମଧ୍ୟରେ, ଜନ୍ମହାର କିଛି ବର୍ଷ ପୂର୍ବରୁ ପ୍ରତିସ୍ଥାପନ ସ୍ତର ତଳେ ଖସିଯାଇଛି।” ଜାତିସଂଘ ଜନସଂଖ୍ୟା ପାଣ୍ଠି (UNFPA) ବିଶ୍ୱ ଜନସଂଖ୍ୟା ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତର ମୋଟ ପ୍ରଜନନ ହାର (TFR) ପ୍ରତି ମହିଳା ୧.୯ସନ୍ତାନକୁ ହ୍ରାସ…

Read More