Author: TRUPTIMAYEE SAHOO

୨୦୨୪ ନିର୍ବାଚନ ପରେ ଯେପରି ବିଜେଡିରେ ଅସନ୍ତୋଷ ଦେଖାଗଲା ସମସ୍ତେ ଭାବିଥିଲେ ବିଜେଡିର ଶଙ୍ଖଭବନ ବିଜେପି କବଜାକୁ ଆସିଯିବ। ବିଜେପି କ୍ଷମତାକୁ ଆସିଲା, ସରକାର ବଦଳିଲା, ମୁଖ୍ୟମନ୍ତ୍ରୀ ବଦଳିଲେ, ଶାସନ ବ୍ୟବସ୍ଥାର ରୂପରେଖ ବଦଳିବାର ପ୍ରତିଶ୍ରୁତି ଦିଆଗଲା। କିନ୍ତୁ ଆଜି ଯେଉଁ ଖବର ଭିତରର କଥା ଆମେ ଆପଣଙ୍କ ଆଗରେ ଖୋଲିବାକୁ ଯାଉଛୁ, ତାହା ଶୁଣିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ— ଶାସନ ସତରେ ବଦଳିଛି ତ? ନା କେବଳ ମୁହଁ ବଦଳିଛି ଆଉ ପଛପଟର ଚରିତ୍ର ସେଇ ପୁରୁଣା ରହିଯାଇଛନ୍ତି? “ବିଜେପି ଅଫିସରେ ବିଜେଡି ରାଜ୍ ଚାଲିଛି କିପରି?” ବିଜେଡି ଶାସନ ସମୟରେ ଯେଉଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଦ୍ୱାରା ତିଆରି ହୋଇଥିବା ପିଆର୍ ଏଜେନ୍ସି ବା ପ୍ରଚାର ସଂସ୍ଥାଗୁଡ଼ିକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭୈରବ କାର୍ତ୍ତିକେୟନ. ପାଣ୍ଡିଆନଙ୍କ ବ୍ୟକ୍ତିଗତ ବ୍ରାଣ୍ଡିଂରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ, ଆଜି ସେହି ସମାନ ଏଜେନ୍ସି କେଉଁ ସୂତ୍ରରେ…

Read More