Author: TRUPTIMAYEE SAHOO

ସାଇବର ଠକମାନେ ଲୋକଙ୍କୁ ଲୁଟିବା ପାଇଁ ପ୍ରତିଦିନ ନୂଆ ନୂଆ ଚକ୍ରାନ୍ତ ରଚୁଛନ୍ତି। ବର୍ତ୍ତମାନ ଡିଜିଟାଲ୍ ଆରେଷ୍ଟ, ପାର୍ଟ-ଟାଇମ୍ ଚାକିରି ଏବଂ ଲଟେରୀ ଠକେଇ ପରେ ଏବେ ଲୋକଙ୍କ ସ୍ୱାସ୍ଥ୍ୟ ସଚେତନତା ଓ ଫିଟନେସ୍‌କୁ ଅସ୍ତ୍ର କରି ଏକ ବିରାଟ ଅନଲାଇନ୍ ଜାଲିଆତି ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ‘ତାଇ ଚି ୱାକିଂ’ (Tai Chi Walking) ଭିଡିଓ ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ୍ କରାଯାଉଥିବା ନେଇ ସାଇବର ସୁରକ୍ଷା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ବିଶେଷ କରି ମଧ୍ୟବୟସ୍କ ଏବଂ ବୟସ୍କ ନାଗରିକମାନଙ୍କୁ ଟାର୍ଗେଟ୍ କରି ଏହି ଠକେଇ ଜାଲ ବିଛାଯାଉଛି। କ’ଣ ଏହି ‘ତାଇ ଚି ୱାକିଂ’ ଟ୍ରାପ୍? ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍‌ରେ ଆଜିକାଲି କିଛି ଆକର୍ଷଣୀୟ ଭିଡିଓ ଖୁବ୍ ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକରେ ଦାବି କରାଯାଉଛି: ମାତ୍ର ୭…

Read More