Author: TRUPTIMAYEE SAHOO

ଭାରତ-ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ରେ ଡ୍ରାଗନ୍‌ର ଚାଲାକି ଓ ଅନୁପ୍ରବେଶ ଉଦ୍ୟମକୁ ଚେକ୍ ଦେବା ପାଇଁ ଭାରତ ସରକାର ଏକ ଐତିହାସିକ ତଥା ଯୁଗାନ୍ତକାରୀ ରଣନୈତିକ ପଦକ୍ଷେପ ହାତକୁ ନେଇଛନ୍ତି। ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ପ୍ରାୟ ୧,୮୨୪ କିଲୋମିଟର ଦୀର୍ଘ ‘ଫ୍ରଣ୍ଟିୟର ହାଇୱେ’। ଏହି ମେଗା ପ୍ରକଳ୍ପ ସିଧାସଳଖ ଚୀନ୍ ସୀମାନ୍ତକୁ ଲାଗି ରହିଥିବା ଅପହଞ୍ଚ ପାହାଡ଼ିଆ ଅଞ୍ଚଳ ଦେଇ ଗତି କରିବ। କେବଳ ଅରୁଣାଚଳ ନୁହେଁ, ବରଂ ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକିମ୍ ଦେଇ ପୂର୍ବ ପ୍ରାନ୍ତ ପର୍ଯ୍ୟନ୍ତ ସମଗ୍ର ଉତ୍ତର ସୀମାରେ ସଡ଼କ, ଟନେଲ୍ ଓ ପୋଲ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନିଆଯାଉଛି। କେନ୍ଦ୍ର ସରକାର ଏହି ମହତ୍ତ୍ୱାକାଂକ୍ଷୀ ରାଜପଥ ନିର୍ମାଣକୁ ୨୦୨୯ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ କଡ଼ା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କ’ଣ ଏହି ‘ଫ୍ରଣ୍ଟିୟର ହାଇୱେ’? ରୂପରେଖ ଓ…

Read More