Author: TRUPTIMAYEE SAHOO

ଭୁବନେଶ୍ୱର, ଜୁଲାଇ ୭, ୨୦୨୬ରେ ଭୁବନେଶ୍ୱର-କଟକ ଦ୍ଵୈତନଗରୀର ବିଭିନ୍ନ ଆବାସିକ ସୋସାଇଟିଗୁଡିକ ମଧ୍ୟରେ ଗତ ଦୁଇ ମାସ ଧରି ଚାଲିଥିବା ରୋମାଞ୍ଚକର ରନ୍ଧନ ପ୍ରତିଯୋଗିତା ପରେ, ପିପିଲିର ଆଡଭେଞ୍ଚର କନଭେନସନ୍ ଆଣ୍ଡ ରିସୋର୍ଟଠାରେ ଗତକାଲି ଅନୁଷ୍ଠିତ ୯୩.୫ ରେଡ୍ ଏଫ୍‌ଏମ୍ କିଚେନ୍ ପ୍ରିମିଅର୍ ଲିଗ୍ (କେପିଏଲ୍) ୨୦୨୬ ସଂସ୍କରଣର ଗ୍ରାଣ୍ଡ୍ ଫାଇନାଲରେ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ସୁପର୍ଣ୍ଣା ମିଶ୍ର ଏବଂ ଅଞ୍ଜନା ପାତ୍ର ବିଜୟୀ ହୋଇଛନ୍ତି । ଏହି ଗ୍ରାଣ୍ଡ୍ ଫାଇନାଲରେ ମୋଟ ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଗତ ଦୁଇ ମାସ ଧରି ବିଭିନ୍ନ ହାଉସିଂ ସୋସାଇଟିରେ ଆୟୋଜିତ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ହାସଲ କରିବା ପରେ ଏହି ପ୍ରତିଯୋଗିଗଣ ଫାଇନାଲରେ ପହଞ୍ଚିଥିଲେ । ଫାଇନାଲିଷ୍ଟମାନଙ୍କ ମଧ୍ୟରେ ଉତ୍ସାହୀ ହୋମ୍ ଶେଫ୍ ଏବଂ ରୋଷେଇ ପ୍ରେମୀ ମାନଙ୍କର ଏକ ବିବିଧ ସମାହାର ଥିଲା, ଯେଉଁମାନେ ନିଜର ଅସାଧାରଣ ସୃଜନଶୀଳତା ଓ ରନ୍ଧନ କୌଶଳର ପ୍ରଦର୍ଶନ…

Read More