Author: TRUPTIMAYEE SAHOO

ଦେଶର ଗାଡ଼ି ଚାଳକ ମାନଙ୍କ ପାଇଁ ଏକ ଭଲ ଖବର । ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) କୁ ବାରମ୍ବାର ଯିବାର ହଇରାଣରୁ ମୁକ୍ତି ଦେବା ପାଇଁ ପରିବହନ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ରିପୋର୍ଟ ସୂଚିତ କରୁଛି ଯେ ଡ୍ରାଇଭିଂ ଲାଇସେନ୍ସର ବୈଧତା ୫୦ବର୍ଷ ବୟସ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି , ଯେତେବେଳେ କି ଅନଲାଇନ୍ ଯାନବାହନ ସ୍ଥାନାନ୍ତର ଏବଂ ପରମିଟ୍ ନବୀକରଣକୁ ନେଇ ମଧ୍ୟ ବିଚାର କରାଯାଉଛି । ସଡ଼କ ପରିବହନ ମନ୍ତ୍ରଣାଳୟର ଉଭୟ ପ୍ରସ୍ତାବ ବିଚାରାଧୀନ ‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ସଡ଼କ ପରିବହନ ମନ୍ତ୍ରଣାଳୟ ଉଭୟ ପ୍ରସ୍ତାବ ଉପରେ କାମ କରୁଛି ଏବଂ ଶୀଘ୍ର ସେଗୁଡ଼ିକୁ କାର୍ଯ୍ୟକାରୀ କରିପାରେ । ଅଧିକାରୀମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ରାଜସ୍ୱ ପ୍ରଭାବିତ ହେବ ନାହିଁ, କାରଣ ଡ୍ରାଇଭିଂ ଲାଇସେନ୍ସ ପାଇବା କିମ୍ବା ନବୀକରଣ ପାଇଁ ଫି…

Read More