Author: TRUPTIMAYEE SAHOO

ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଗୋଟିଏ ବହୁତ ବଡ଼ ନିୟମ ଅଛି – “ଯିଏ ଶତ୍ରୁକୁ ପ୍ରଥମେ ଦେଖିପାରେ, ସେ ହିଁ ଯୁଦ୍ଧ ଜିତେ।” ପୂର୍ବରୁ ଯୁଦ୍ଧ କେବଳ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଲଢ଼ାଯାଉଥିଲା, କିନ୍ତୁ ଏବେ ଯୁଦ୍ଧର ପଞ୍ଚମ କ୍ଷେତ୍ର ବା ସବୁଠାରୁ ବଡ଼ ରଣକ୍ଷେତ୍ର ସାଜିଛି ମହାକାଶ। ଆଉ ଏହି ମହାକାଶରୁ ଭାରତ ବିରୋଧରେ ଏକ ଭୟଙ୍କର ଚକ୍ରବ୍ୟୂହ ରଚନା କରିଛନ୍ତି ଆମର ଦୁଇ ପଡ଼ୋଶୀ ଶତ୍ରୁ ଚୀନ ଏବଂ ପାକିସ୍ତାନ। ପାକିସ୍ତାନର ମହାକାଶ ସଂସ୍ଥା ‘ସୁପାରକୋ’ (SUPARCO) ହଠାତ୍ ମାତ୍ର ୧୬ ମାସ ଭିତରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୬ଟି ଶକ୍ତିଶାଳୀ ଆର୍ଥ-ଅବଜରଭେସନ୍ ବା ଗୋପନୀୟ ସ୍ପାଏ ସାଟେଲାଇଟ୍ ମହାକାଶକୁ ଉତକ୍ଷେପଣ କରିଛି। ଏହି ସାଟେଲାଇଟଗୁଡ଼ିକ ଭାରତର ସୀମାନ୍ତ ଅଞ୍ଚଳ ଏବଂ ସାମରିକ ଘାଟିଗୁଡ଼ିକ ଉପରେ ‘ରିଅଲ୍-ଟାଇମ୍’ ବା ଚବିଶି ଘଣ୍ଟା ସିଧାସଳଖ ନଜର ରଖିବା ପାଇଁ ମହାକାଶରେ ମୁତୟନ କରାଯାଇଛି।…

Read More