Author: TRUPTIMAYEE SAHOO

କିଛି ଦିନ ପୂର୍ବରୁ ଭାରତର ଇଣ୍ଡୋନେସିଆ ସହିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଚୁକ୍ତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ଦ୍ୱିତୀୟ ସପ୍ତାହରେ ଜାକର୍ତ୍ତା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସରକାରୀ ଗସ୍ତ ସମୟରେ ଏହି ଚୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇପାରେ ବୋଲି ଆଶା କରାଯାଉଛି। ପ୍ରକୃତରେ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଚୁକ୍ତିକୁ ଚୂଡ଼ାନ୍ତ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଇଣ୍ଡୋନେସିଆ ଗସ୍ତର ଶୀର୍ଷ ଏଜେଣ୍ଡା । ‘ଇଣ୍ଡୋନେସିଆ’ ଦକ୍ଷିଣପୂର୍ବ ଏସିଆର ସବୁଠାରୁ ବଡ଼ ରାଷ୍ଟ୍ର । ଏହା ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ତୃତୀୟ ଗ୍ରାହକ ହେବାକୁ ଯାଉଛି । ଭାରତ ପୂର୍ବରୁ ଏହି ଅଞ୍ଚଳରେ ଫିଲିପାଇନ୍ସ ଏବଂ ଭିଏତନାମ ସହିତ ସମାନ ଚୁକ୍ତି ସ୍ଵାକ୍ଷର କରିଛି । ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁସଲିମ ରାଷ୍ଟ୍ର, ଯେଉଁଠାରେ ପ୍ରାୟ ୨୪କୋଟି ମୁସଲିମ ଜାତିର ଲୋକ ବସବାସ କରନ୍ତି ।…

Read More