ଗହଣା କିଣିବା ପୂର୍ବରୁ ସୁନାର ଦର ବିଷୟରେ ସଠିକ୍ ସୂଚନା ଜାଣିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ନିକଟ ଭବିଷ୍ୟତରେ ଗହଣା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଦେଶର ପ୍ରମୁଖ ସହରଗୁଡ଼ିକର ସୁନା ଦର ଜାଣିନିଅନ୍ତୁ ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୯୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ଦର ୧,୪୮,୪୫୦ ଟଙ୍କାକୁ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ, ଆନ୍ତର୍ଜାତୀୟ ବଜାରର ଉତ୍ତାର-ଚଢ଼ାଉ, ଡଲାର ମୂଲ୍ୟ ଏବଂ ଘରୋଇ ଚାହିଦା ବଢ଼ିବା କାରଣରୁ ସୁନା ଦରରେ ଏହି ପରିବର୍ତ୍ତନ ଦେଖାଯାଉଛି ।
ଓଡ଼ିଶାର ରାଜଧାନୀରେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୯୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ୧,୪୮,୪୫୦ ଟଙ୍କାରେ ବିକ୍ରି ହେଉଛି । ଭୁବନେଶ୍ୱର ସହ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି । ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧,୬୧,୯୫୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧,୪୮,୪୫୦ ଟଙ୍କାରେ ବିକ୍ରି ହେଉଛି ।

ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୁନା ଦର କିଛିଟା ଅଧିକ ରହିଛି । ଏଠାରେ ୨୪ କ୍ୟାରେଟ ସୁନା ୧,୬୨,୧୦୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧,୪୮,୬୦୦ ଟଙ୍କାରେ ମିଳୁଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ସବୁଠାରୁ ଅଧିକ ରହିଛି । ଏଠାରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୬୩,୨୦୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୯,୬୦୦ ଟଙ୍କା ରହିଛି ।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ ସୁନା ୧,୬୧,୯୫୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧,୪୮,୪୫୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ, ରୁପା ଦର ମଧ୍ୟ ଆଜି ଉଚ୍ଚ ସ୍ତରରେ ରହିଛି । ବଜାରରେ ରୁପାର ମୂଲ୍ୟ କିଲୋ ପିଛା ୩,୭୦,୦୦୦ ଟଙ୍କାକୁ ପହଞ୍ଚିଛି ।

ସୁନା କିଣିବା ସମୟରେ ମୂଲ୍ୟ ସହ ସହିତ ଶୁଦ୍ଧତା ଯାଞ୍ଚ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗ୍ରାହକମାନେ ‘BIS Care’ ଆପ୍ର ସହାୟତା ନେଇପାରିବେ । ଏହି ଆପ୍ ମାଧ୍ୟମରେ ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରାଯାଇପାରିବ । କୌଣସି ଅନିୟମିତତା ଦେଖାଗଲେ, ଗ୍ରାହକ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ ।
ALSO READ https://purvapaksa.com/india-eu-all-these-things-will-be-cheaper/


