ଆପଣ କେବେ ଭାବିଛନ୍ତି କି, ବିଶ୍ୱର ସବୁଠୁ ଦୀର୍ଘ ସମୟ ଧରି ଜେଲ୍ରେ କାଟିଥିବା ରାଜନୈତିକ ବନ୍ଦୀ ବା ସ୍ୱାଧୀନତା ସଂଗ୍ରାମୀ କିଏ?
ଯଦି ଆମକୁ ପଚାରାଯାଏ, ତେବେ ଆମ ମନକୁ ମହାତ୍ମା ଗାନ୍ଧୀ, ନେତାଜୀ ବା ସୁରେନ୍ଦ୍ର ସାଏଙ୍କ ଭଳି ବଡ଼ ବଡ଼ ନାଁ ଆସେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତୀୟ ଇତିହାସ ଏବଂ ବିଶ୍ୱ ଇତିହାସରେ ସବୁଠୁ ଅଧିକ ସମୟ— ପ୍ରାୟ ୪୭ ବର୍ଷ ଜେଲ୍ରେ କାଟିଥିବା ସେହି ମହାନ ସଂଗ୍ରାମୀ ଜଣକ ଆମ ଓଡ଼ିଶାର, ସମ୍ବଲପୁରର ମାଟିରୁ ଆସିଥିଲେ!
ଆଜି ଆମେ ଆଲୋଚନା କରିବୁ ବୀର ସାଏ ପରିବାରର ସେହି ଅଦମ୍ୟ ସାହସୀ ସଂଗ୍ରାମୀ ‘ଉଦ୍ଦନ୍ତ ସାଏ’ ଙ୍କ ବିଷୟରେ, ଯାହାଙ୍କୁ ଆମର ଇତିହାସ ବହିରେ ଯଥାଯୋଗ୍ୟ ସ୍ଥାନ ମିଳି ନାହିଁ, କିନ୍ତୁ ଯାହାଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
୧୮୨୭ ମସିହାର ବିପ୍ଳବ ଏବଂ ସମ୍ବଲପୁରର ସଂଘର୍ଷ
କଥାଟି ହେଉଛି ୧୮୨୭ ମସିହାର। ଯେତେବେଳେ ସମ୍ବଲପୁରର ରାଜାଙ୍କର ଦେହାନ୍ତ ହେଲା, ସେତେବେଳେ ବ୍ରିଟିଶ୍ମାନେ କୌଶଳ କରି ସମ୍ବଲପୁରକୁ ହାତେଇବାକୁ ଚେଷ୍ଟା କରିଥିଲେ। ଠିକ୍ ସେହି ସମୟରେ ସାଏ ଭାଇମାନେ ବ୍ରିଟିଶ୍ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ରୋଭ ଓ ବିଦ୍ରୋହର ପତାକା ଉଡ଼ାଇଥିଲେ।
ଉଦ୍ଦନ୍ତ ସାଏ ସେଠାକାର ଆଦିବାସୀ ସମ୍ପ୍ରଦାୟ ଯେପରିକି ଗଣ୍ଡ (Gond) ଏବଂ ବିଞ୍ଝାଲ୍ (Binjhal) ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରିଥିଲେ। ସେ ସେମାନଙ୍କୁ ନେଇ ଏକ ଦମଦାର୍ ସେନା ତଥା ଜଙ୍ଗଲ ମଧ୍ୟରେ ଏକ ଭୟଙ୍କର ଗରିଲା ଯୁଦ୍ଧ ରଣନୀତି ପ୍ରସ୍ତୁତ କରିଥିଲେ। ସେମାନେ ବ୍ରିଟିଶ୍ ସୈନ୍ୟମାନଙ୍କ ଯୋଗାଯୋଗ ଲାଇନ୍କୁ କାଟି ଦେଇଥିଲେ, ସେମାନଙ୍କର ରେଭିନ୍ୟୁ ସିଷ୍ଟମକୁ ଧ୍ୱଂସ କରିଦେଇଥିଲେ, ଯାହାଫଳରେ ଇଂରେଜମାନଙ୍କ ନିଦ ହଜିଯାଇଥିଲା।
ଗିରଫଦାରୀ, କୋର୍ଟର ନ୍ୟାୟ ଏବଂ ବ୍ରିଟିଶ୍ମାନଙ୍କ କ୍ରୁରତା
ଇଂରେଜମାନେ ସିଧାସଳଖ ଯୁଦ୍ଧରେ ଉଦ୍ଦନ୍ତ ସାଏଙ୍କୁ ହରାଇ ନ ପାରି, ୧୮୪୦ ଏବଂ ପୁଣି ୧୮୬୪ ମସିହାରେ ଧୋକା ଦେଇ ତାଙ୍କୁ ଗିରଫ କରିଥିଲେ। ତାଙ୍କ ବିରୁଦ୍ଧରେ କୋର୍ଟରେ ମକଦ୍ଦମା ଚାଲିଲା। ସେତେବେଳେ ଜୁଡିସିଆଲ୍ କମିଶନର ଜନ୍ ସ୍କାରଲେଟ୍ କ୍ୟାମ୍ପବେଲ୍ ମଧ୍ୟ ତାଙ୍କ ବିରୁଦ୍ଧରେ ଗୋଟିଏ ବି ପ୍ରମାଣ ପାଇପାରିନଥିଲେ।
ଫଳସ୍ୱରୂପ, କୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରି ଖଲାସ କରିବାକୁ ଅର୍ଡର୍ ଦେଇଥିଲେ। କିନ୍ତୁ ବ୍ରିଟିଶ୍ମାନେ ଉଦ୍ଦନ୍ତ ସାଏଙ୍କୁ ଏତେ ଭୟ କରୁଥିଲେ ଯେ, ସେମାନେ କୋର୍ଟର ଆଦେଶକୁ ବାତିଲ୍ କରି, ଜବରଦସ୍ତି ତାଙ୍କୁ ପୁଣି ଜେଲ୍ରେ ଭର୍ତ୍ତି କରିଥିଲେ ଏବଂ ଆମର ସେହି ମହାନ ଯୋଦ୍ଧାଙ୍କୁ ଜେଲ୍ ଭିତରେ ଅତ୍ୟାଚାର କରି ମୃତ୍ୟୁମୁଖକୁ ଠେଲି ଦେଇଥିଲେ।
ଇତିହାସର ଭୁଲ୍ ଏବଂ ଆମର କର୍ତ୍ତବ୍ୟ
ଆଜି ଆମ ଇତିହାସ ବହିରେ ବୀର ଉଦ୍ଦନ୍ତ ସାଏଙ୍କ ନାଁ ସେତେଟା ଆଲୋଚିତ ହୋଇନଥିବ, କିନ୍ତୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ୪୭ ବର୍ଷ ଜେଲ୍ରେ କାଟିବା ଏକ ବିଶ୍ୱ ରେକର୍ଡ। ଆମକୁ ଆମର ଏହି ମହାନ ସନ୍ତାନମାନଙ୍କୁ କେବେବି ଭୁଲିବା ଉଚିତ ନୁହେଁ।


