Author: TRUPTIMAYEE SAHOO

ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି ଯେ ,ଦୁଇଜଣ ଅବିବାହିତ ବୟସ୍କଙ୍କ ମଧ୍ୟରେ ସହମତିପୂର୍ଣ୍ଣ ଶାରୀରିକ ସମ୍ପର୍କ କୌଣସି ବ୍ୟକ୍ତିଙ୍କ ଚରିତ୍ରକୁ ପ୍ରଶ୍ନ କରିବାର କାରଣ ହୋଇପାରିବ ନାହିଁ । ତେଲେଙ୍ଗାନା ରାଜ୍ୟ ସ୍ତରୀୟ ପୋଲିସ ନିଯୁକ୍ତି ବୋର୍ଡ ଜଣେ ପ୍ରାର୍ଥୀଙ୍କ ନିଯୁକ୍ତିକୁ ବାତିଲ କରିଥିବା ମାମଲାରେ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏକ ବିଫଳ ପ୍ରେମ ସମ୍ପର୍କ ସହିତ ଜଡିତ ଏକ ଅତୀତର ଅପରାଧିକ ମାମଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରତ୍ୟେକ ସମ୍ପର୍କ ବିବାହରେ ପରିଣତ ହେବା ଆବଶ୍ୟକ ନୁହେଁ : ସୁପ୍ରିମକୋର୍ଟ ବିଚାରପତି ମନମୋହନ ଏବଂ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ,’କେବଳ ବିବାହ ହୋଇନଥିବାରୁ ସମ୍ପର୍କକୁ ଭୁଲ ବୋଲି ବିବେଚନା କରାଯାଇପାରିବ ନାହିଁ।’ କୋର୍ଟ କହିଛନ୍ତି ଯେ,’ପ୍ରତ୍ୟେକ ସମ୍ପର୍କ ବିବାହରେ ଶେଷ ହେବା ବାଧ୍ୟତାମୂଳକ ନୁହେଁ, ଏବଂ ଏହା କରିବାରେ ବିଫଳତା ଉଭୟ ପକ୍ଷକୁ ପ୍ରତାରକ କରେ…

Read More