Author: TRUPTIMAYEE SAHOO

କାନାଡ଼ା, ଆମେରିକା କିମ୍ବା ୟୁରୋପରେ ବସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍‌ମାନେ ଭାରତର ବ୍ୟବସାୟୀ, ବିଲ୍ଡର ଓ ଧନୀ ଲୋକଙ୍କ ଘରୋଇ ତଥ୍ୟ କିପରି ପାଉଛନ୍ତି? କିଭଳି ହେଉଛି ଟାର୍ଗେଟ୍ ଚୟନ ଏବଂ କୋଟି କୋଟି ଟଙ୍କାର ରଙ୍ଗଦାରୀ ଆଦାୟ? ରାଜଧାନୀ ଦିଲ୍ଲୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ବିଦେଶୀ ନମ୍ବରରୁ କଲ୍ କରି ୨୦୦ କୋଟି ଟଙ୍କାର ରେକର୍ଡ ରଙ୍ଗଦାରୀ ମଗାଯିବା ଘଟଣା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି କଲ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ ନାମରେ ଆସିଥିବା କୁହାଯାଉଛି। ଏତେ ବଡ଼ ପରିମାଣର ଟଙ୍କା ଦାବି ହେବା ପରେ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିଦେଶରେ ଲୁଚି ରହିଥିବା କ୍ରାଇମ୍ ସିଣ୍ଡିକେଟ୍‌ର ଭାରତୀୟ ନେଟୱାର୍କ ଉପରୁ ପରଦା ଉଠାଇଛନ୍ତି। କିପରି ହୁଏ ଟାର୍ଗେଟ୍ ଚୟନ? ଭିତରର ଖବର ପହଞ୍ଚାଉଛନ୍ତି କିଏ? ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶରେ ବସିଥିବା କୌଣସି…

Read More