Author: TRUPTIMAYEE SAHOO

ଓଡ଼ିଶାର ପାଣିପାଗ ପୂର୍ବାନୁମାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାରେ ଏକ ନୂଆ ମାଇଲଖୁଣ୍ଟ ଯୋଡ଼ି ହୋଇଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସମ୍ବଲପୁରଠାରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିବା ନୂତନ ଅତ୍ୟାଧୁନିକ ‘ଡପଲର ୱେଦର ରାଡାର’ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ସମ୍ବଲପୁର ନିକଟସ୍ଥ କଇଁସିରର ସିଂଘପାଲିଠାରେ ଏହି ସି-ବ୍ୟାଣ୍ଡ ଡପଲର ରାଡାର ସ୍ଥାପନ କାର୍ଯ୍ୟ ସମାପ୍ତ ହୋଇଛି। ଏହି ଅତ୍ୟାଧୁନିକ ରାଡାର ପ୍ରଣାଳୀ କାର୍ଯ୍ୟକ୍ଷମ ହେବା ଫଳରେ କାଳବୈଶାଖୀ, ବଜ୍ରପାତ, ପ୍ରବଳ ବର୍ଷା, ଲଘୁଚାପ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଠିକ୍ ଓ ଆଗୁଆ ସୂଚନା ମିଳିପାରିବ, ଯାହା ସ୍ଥାନୀୟ ଜନସାଧାରଣ ତଥା ଚାଷୀକୂଳଙ୍କୁ ବ୍ୟାପକ ସହାୟତା ପ୍ରଦାନ କରିବ। କାହିଁକି ଏହି ରାଡାର ଏତେ ଗୁରୁତ୍ୱପୂର୍ଣ୍ଣ? ପୂର୍ବରୁ ଓଡ଼ିଶାରେ ଥିବା ପାରାଦ୍ୱୀପ ଏବଂ ଗୋପାଳପୁର ଡପଲର ରାଡାର ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା…

Read More