Author: TRUPTIMAYEE SAHOO

ଜଳପଥ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଓ ଉପକୂଳୀୟ ବିପଦକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ବୁଧବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ ‘ସାଗର କବଚ’। ସମୁଦ୍ର ମାର୍ଗରୁ ଆସୁଥିବା ଯେକୌଣସି ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା, ବିଭିନ୍ନ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ପ୍ରତିରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ପରଖିବା ପାଇଁ ଏହି ବ୍ୟାପକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ଏହି ମିଳିତ ଅଭ୍ୟାସ ଯୋଗୁଁ ଓଡ଼ିଶାର ପ୍ରାୟ ୪୮୦ କିଲୋମିଟର ଲମ୍ବା ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରିଦିଆଯାଇଛି। ଅଭ୍ୟାସରେ ସାମିଲ ହୋଇଛନ୍ତି ୧୮ରୁ ଊର୍ଦ୍ଧ୍ୱ ସୁରକ୍ଷା ସଂସ୍ଥା ଏହି ବୃହତ ମକ୍ ଡ୍ରିଲ୍‌ରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରାୟ ୧୮ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ପ୍ରତିରକ୍ଷା ସଂସ୍ଥା ଅଂଶଗ୍ରହଣ କରିଛନ୍ତି: 1. ପ୍ରତିରକ୍ଷା ବାହିନୀ :…

Read More