Author: TRUPTIMAYEE SAHOO

ଏଥର ଭଗବାନ ବିର୍ସା ମୁଣ୍ଡାଙ୍କ ପାଭିଲିୟନ ଡ୍ରୋନ୍ ଶୋ, ଲେଜର୍ ଶୋରେ ଆଦିବାସୀ ପରମ୍ପରା ଓ ସ୍ୱାଧୀନତା ସଂଗ୍ରାମର ଝଲକ୍ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ । ଏନେଇ ରାଜଧାନୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହର ମଧ୍ୟରେ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରିବ ଚଳିତ ବର୍ଷର ଆଦିବାସୀ ମେଳା । ପ୍ରଥମକରି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସକୁ ଧ୍ୟାନରେ ରଖି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆସନ୍ତା ୫ ତାରିଖରୁ ୧୬ ତାରିଖ ଯାଏଁ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳାର ଆୟୋଜନ କରିବାକୁ ଯାଉଛି । ଆଉ ଦିନକ ପରେ ରାଜଧାନୀର କଂକ୍ରିଟ ମୂଳଦୁଆ ଉପରେ ଆକର୍ଷଣ ସାଜିବ ଜନଜାତିଙ୍କ ଗ୍ରାମ। ସେମାନଙ୍କ କଳା, ସଂସ୍କୃତି, ପରମ୍ପରା, ଜୀବନଶୈଳୀ, ବେଶଭୁଷା ଦେଖିବାକୁ…

Read More