Author: TRUPTIMAYEE SAHOO

ବିଶାଳ ବ୍ରହ୍ମପୁତ୍ର ନଦୀ ଆସମର ଜୀବନରେଖା ଅଟେ । ଅନାଦି କାଳରୁ ଏହା ଏଠାକାର ଲୋକଙ୍କ ଜୀବନକୁ ପାଳନ ଓ ସଜାଡ଼ିଛି । ଏହି ନଦୀ ଏକ ପ୍ରକାରେ ଆସମର ପରିଚୟ । ବ୍ରହ୍ମପୁତ୍ର ନଦୀର ଅପର ପାର୍ଶ୍ୱରେ ଆକାର ବଦଳାଉଥିବା ନଦୀ ଦ୍ୱୀପମାନ ବିଛାଡ଼ି ରହିଛନ୍ତି, ଯାହାକୁ ସ୍ଥାନୀୟ ଭାବେ ଚୋର-ଚାପୋରୀ କୁହାଯାଏ । ଏହି ଦ୍ୱୀପଗୁଡ଼ିକରେ ରହୁଥିବା ଲୋକଙ୍କ ଜୀବନ ବ୍ରହ୍ମପୁତ୍ର ନଦୀର ଉତ୍ଥାନ-ପତନ ଓ ତା’ର ମାର୍ଗ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି ନଦୀ ତଟବର୍ତ୍ତୀ ଦ୍ୱୀପଗୁଡ଼ିକରେ ବସବାସ କରୁଥିବା ବଙ୍ଗାଳୀ ଭାଷାଭାଷୀ ମୁସଲମାନଙ୍କ ସହ ଜଡ଼ିତ ପରିଚୟର ରାଜନୀତି, ବିଶେଷକରି ସ୍ୱାଧୀନତା ପରେ ଆସମର ରାଜନୈତିକ ପରିଦୃଶ୍ୟରେ ଏକ ବଡ଼ ବିଷୟ ହୋଇଛି । ଆସମର ମୁସଲମାନ ଜନସଂଖ୍ୟା ବର୍ତ୍ତମାନ ୧.୧୮ କୋଟିରୁ ଅଧିକ । ଏହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୩୪ ପ୍ରତିଶତ । ମୋଟାମୋଟି ଭାବେ ଆସମର ମୁସଲମାନଙ୍କୁ ଦୁଇଟି…

Read More