Author: TRUPTIMAYEE SAHOO

ଗାଜାରେ ଇସ୍ରାଏଲ ଓ ହମାସ୍ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଯୁଦ୍ଧ ଆସନ୍ତା ଅକ୍ଟୋବର ୬ରେ ଦୁଇବର୍ଷ ପୂରଣ କରିବ । ଏହା ମଧ୍ୟରେ ଗାଜାରେ ୬୦ହଜାର ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ଖାଦ୍ୟାଭାବ ଓ ବିଭିନ୍ନ ବ୍ୟାଧିରେ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି । ଏହାଛଡ଼ା ଏହି କ୍ଷୁଦ୍ର ପାଲେଷ୍ଟିନୀୟ ଅଞ୍ଚଳରେ ଯୁଦ୍ଧ ଜନିତ ଦୁର୍ଭିକ୍ଷ ସୃଷ୍ଟି ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜାତିସଙ୍ଘ ରିଲିଫ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହା ଏକ ବିଚିତ୍ର ଯୁଦ୍ଧ । ସ୍ଵାଧୀନତା ଦାବି କରୁଥିବା ଲଢ଼ୁଆ କଠୋରପନ୍ଥା ପାଲେଷ୍ଟିନୀୟ ସଂଗଠନ ହମାସ୍ ପକ୍ଷରୁ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇ ଶତାଧିକ ନାଗରିକଙ୍କୁ ଅପହରଣ କରି ମୁଣ୍ଡ କାମିନ ରଖିବାରୁ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା । କଠୋରପନ୍ଥୀ ହମାସ୍ ନେତାଙ୍କ ଜିଦ୍ ଯୋଗୁଁ ସବୁ ମୁଣ୍ଡଜାମିନ ଇସ୍ରାଏଲ ନାଗରିକଙ୍କ ମୁକ୍ତି ସମ୍ଭବ ନ ହେବାରୁ ଗାଜା…

Read More