Author: TRUPTIMAYEE SAHOO

ଅପରେସନ ସିନ୍ଦୁର ସମୟରେ ଚୀନ ନିର୍ମିତ ନୂଆ ଫାଇଟର ଜେଟ ଜେଏଫ-୧୭ ଥଣ୍ଡର ଏବଂ ଏସୟୁ-୩୦ଏମକେଆଇ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ଥିଲା । ଏସୟୁ-୩୦ଏମକେଆଇ ହେଉଛି ରୁଷିଆର ଏସୟୁ-୩୦ର ଭାରତୀୟ ସଂସ୍କରଣ । ଏହି ସମୟରେ ଭାରତର ବ୍ରହ୍ମୋସ ମିସାଇଲ ପାକିସ୍ତାନର ବାୟୁସେନାକୁ ପାଣି ପିଆଇ ଦେଇଥିଲା । ପାକିସ୍ତାନର ରହିମ ୟାର ଖାନ ବେସ ସମେତ ଅନେକ ଏୟାରବେସକୁ କ୍ଷତି ପହଞ୍ଚିଥିଲା, ଯେଉଁଥିରୁ ପାକିସ୍ତାନ ଏପର୍ଯ୍ୟନ୍ତ ଉବୁରି ପାରି ନାହିଁ । ଏବେ ଏହି ଫାଇଟର ଜେଟ ଏବଂ ବ୍ରହ୍ମୋସର ପରବର୍ତ୍ତୀ ଯୁଦ୍ଧଭୂମି ହେଉଛି କାକେସାସ ଅଞ୍ଚଳ, ଯେଉଁଠାରେ ପରିସ୍ଥିତି ଯେ କୌଣସି ସମୟରେ ଖରାପ ହୋଇପାରେ । ଏହା ବ୍ୟତୀତ, ବ୍ରହ୍ମୋସ ମିସାଇଲ ନିକଟରେ ଦକ୍ଷିଣ ଚୀନ ସାଗରରେ ଚୀନର ନିଦ ଉଡ଼ାଇ ଦେଇଛି, କାରଣ ଫିଲିପାଇନ୍ସ ଏହି ମିସାଇଲ କିଣି ନିଜ ନୌସେନା ବାହିନୀରେ ସାମିଲ କରିଛି । ଏବେ ଆର୍ମେନିଆ ମଧ୍ୟ ଏହାକୁ କିଣିବା…

Read More